prabhunkara prasangsa gita

ପ୍ରଭୁଙ୍କର ପ୍ରଶଂସା ଗୀତି, ଆମେ ଯିବା ଗାଇ,
ଅନ୍ତରେ ସର୍ବେ କୁଶୀୟ ପ୍ରେମ ଭାବ ନେଇ… (ଘୋଷା)

ମହିମା ଗୌରବ ପ୍ରଭୁଙ୍କର,
ଧନ୍ୟବାଦ ସ୍ତୁତି କରି ନିରନ୍ତର
ପବିତ୍ରତା ସୌନ୍ଦର୍ଯ୍ୟରେ ଭଳିବା ଆମେ ଆମ୍ରାରେ
ଭକତି ସମ୍ଭାର ଅରପି ଦେଇ… I୧|

ଏ ଜଗତ ତାଙ୍କ ହସ୍ତକୃତ ନିରୂପିତ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ର
ମଙ୍ଗଳ ଦାନେ ତାଙ୍କରି ଭରା ଜୀବନ ଆମରି
ଦିବା ନିଶି ସାଥେ ଅଛନ୍ତି ରହି… |୨|

ହେ ସର୍ବଦେଶୀୟ ସଦାପ୍ରଭୁ ତୁମରି
ଆଶ୍ରିତ ଅଟୁ ଆମେ ସବୁ
କଳୁଷିତ ଜଗତରେ ମୁକତି କେ ଦେଇପାରେ ?
ତୁମରି ବିହୁନେ ଆଉ କେ ନାହିଁ… |୩|

ସୂଚୀମାଳାକୁ ଫେରନ୍ତୁ