ahuta jeu awhane

ଆହୁତ ଯେଉଁ ଆହ୍ଵାନେ କରୁ ଯୋଗ୍ୟ ଆଚରଣ
ସେ ମହା ଦିନରେ ମହା ଆନନ୍ଦରେ (୨ ଥର)
ପାଇବାକୁ ପରିତ୍ରାଣ… (ଘୋଷା)

ନମ୍ରତା, ମୃଦୁତା ଦୀର୍ଘ ସହିଷ୍ଣୁତା
ପ୍ରେମର ସହିତ କ୍ଷମା ଆଚରିବା
ଶାନ୍ତି ରୂପ ବନ୍ଧନରେ ଆତ୍ମାଙ୍କର
ଐକ୍ୟ ରକ୍ଷା ପାଇଁ ଯତ୍ନଶିଳ ହେବା
ଏକ ପିତା ପରମେଶ୍ବର ଆମର
ଆମେ ତାଙ୍କରି ସନ୍ତାନ… |୧|

ଧାର୍ମିକତା ସତ୍ୟ ପବିତ୍ରତା ସମ
ବସନ କରିବା ନିତି ପରିଧାନ
ସୂର୍ଯ୍ୟ ଅସ୍ତ ହେବା ଆଗରୁ ମନରୁ
ରାଗ, ହିଂସା, କ୍ରୋଧ ସବୁ ତ୍ୟାଗ କରୁ
ଶୟତାନ ପାଇଁ ଦେବା ନାହିଁ ସ୍ଥାନ
ଖ୍ରୀଷ୍ଟ ହେବେ ଅଧ୍ୟିଷ୍ଠାନ… |୨|

ସୂଚୀମାଳାକୁ ଫେରନ୍ତୁ