ananta jibana pathe mate ଅନନ୍ତ ଜୀବନ ପଥେ ମୋତେ ନେଇଯାଅ

ଅନନ୍ତ ଜୀବନ ପଥେ ମୋତେ ନେଇଯାଅ
ଯୀଶୁ ରାଜା ମୋର ସାଥେ ହାତ ଧରିଥାଅ …(ଘୋଷା)

ଶୟତାନ ଆଣେ କେତେ ପରୀକ୍ଷା ଜୀବନେ
ଆଘାତ କରଇ ସେ ଯେ ଖାଲି ଅକାରଣେ
ଡରିବିନି ପ୍ରଭୁ କେବେ ସାହା ହୋଇଥାଅ …|୧|

ବିଶ୍ବାସ ନାବରେ ମୋର ଆସେ ଯେ ଭଉଁରୀ
ଧରିଥାଅ ମଙ୍ଗ ମୋର ହୋଇ ତ ନାଉରୀ
ବିଶ୍ବାସ ନଉକା ମୋର ପାରି କରି ନିଅ … |୨|

ସୂଚୀମାଳାକୁ ଫେରନ୍ତୁ