ahe bhaja mana khrista nama

ଆହେ ଭଜ ମନ
ଖ୍ରୀଷ୍ଟ ନାମରେ ହୋଇବ ପରିତ୍ରାଣ
ଚିରେ ଭାବିଲେ ପାଇବ ଦରଶନ (ଘୋଷା)

ଶୁନ୍ୟର ଉପରେ ମହା ଶୂନ୍ୟ
ସେ ସବି ଉପରେ ତାଙ୍କ ସ୍ଥାନ
ଜ୍ୟୋତିର୍ମୟ ସିଂହାସନର ଉପରେ
ବିଜୟ ବିରାଜ ଦୟାବାନ … |୧|

ସିଂହାସନ ଆଗେ ବିଦ୍ୟମାନ
ଖର୍ବ ଖର୍ବ ଧର୍ମ ଦୂତଗଣ,
ଚବିଶ ପ୍ରାଚୀନ ମୁକୁଟ କାଢ଼ିଣ
ବୋଲୁଥାନ୍ତି ଧର୍ମ ଧର୍ମ ଧର୍ମ … |୨|

ଅଗଣ୍ୟ ଜନତା ସାଧୁମାନ
ସେବା ଭଜନାରେ କରି ଧ୍ୟାନ
ପ୍ରେମେ ପରିପୂର୍ଣ୍ଣ ଆନନ୍ଦ କରନ୍ତି,
ବିଜୁଳିର ପରି ତେଜୋବାନ … |୩|

ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ବ୍ରହ୍ମ
ଈଶ୍ଵର ଦକ୍ଷିଣେ ବିଦ୍ୟମାନ
ବିଶ୍ବାସୀଙ୍କ ପାଇଁ କରନ୍ତି ପ୍ରାର୍ଥନା
ଦିଅ ଧର୍ମ ଆତ୍ମା ଶାନ୍ତି ଦାନ … |୪|

ଆହେ ସର୍ବ ଭକ୍ତଜନ ଶୁଣ
ଈଶ୍ଵର ଦକ୍ଷିଣେ କର ଧାନ
ମରଣ ପର୍ଯ୍ୟନ୍ତ ବିଶ୍ବାସୀ ହୋଇଣ
ଅନ୍ତେ ଭୋଗ ସ୍ଵର୍ଗ ସୁଖମାନ … |୫|

ସୂଚୀମାଳାକୁ ଫେରନ୍ତୁ