kara stuti prasansa gana କର ସ୍ତୁତି ପ୍ରଶଂସା ଗାନ

କର ସ୍ତୁତି ପ୍ରଶଂସା ଗାନ
ଯିହୋବାଙ୍କ କର ସ୍ତୁତି ପ୍ରଶଂସା ଗାନ ହୋ.. ହୋ.. (ଘୋଷା)

ପବିତ୍ର ସ୍ଥାନେ ତାଙ୍କ ଶୂନ୍ୟ ଗଗନେ
କରି ତାଙ୍କୁ ପ୍ରଶଂସା ଗାନ…. ହୋ… ହୋ….. |୧|

ମହିମାରେ ପୂର୍ଣ୍ଣ ସେ ତ ସର୍ବ ଶକ୍ତିମାନ
କରି ତାଙ୍କ, ସମ୍ଭମ ଗାନ… ହୋ… ହୋ… |୨|

ବଜାଅ ଭେରୀ, ତୂରୀ, ନେବଲ, ବୀଣା
ବଂଶୀ ବାଦ୍ୟ ସୀତାର ନାନା … ହୋ… ହୋ… |୩|

ବଜାଅ କରତାଳି କର ନୃତ୍ୟ ଗାନ
ନାଚି ଉଠୁ ଧରା ଗଗନ ହୋ.. ହୋ…|୪|

ନିଶ୍ୱାସ ପ୍ରଶ୍ୱାସଧାରୀ ସର୍ବ ପ୍ରାଣୀଗଣ
କର ତାଙ୍କ ପ୍ରଶଂସା ଗାନ … ହୋ… ହୋ…|୫|

ସୂଚୀମାଳାକୁ ଫେରନ୍ତୁ