mana kara prabhu staba gana

ମନ, କର ପ୍ରଭୁ ସ୍ତବ ଗାନ ପୂଜା
ସେ ମହାମହିମ ସର୍ବଶକ୍ତିମାନ ଗୌରବ ବିଶିଷ୍ଟ ରାଜା (ଘୋଷା)

ପ୍ରଭୁ ସ୍ତବ କର, ଆରେ ମନ ମୋର, କରନ୍ତି ସର୍ବ ଶାସନ
କରୁଣା କରି ସେ କରନ୍ତି ତୋହର ଅସଂଖ୍ୟ ପାପ ମୋଚନ || ୧ ||

ପ୍ରଭୁ ସ୍ତବ କର, ଆରେ ମନ ମୋର, ସେ କଲେ ତବ ସୃଜନ
ତାବତ ରୋଗ ସେ କରି ଉପଶମ କରନ୍ତି ତୋର ପାଳନ || ୨ ||

ପ୍ରଭୁ ସ୍ତବ କର, ଆରେ ମନ ମୋର, ସେ କରି କରୁଣା ଦାନ
ବୃଷ୍ଟି ରୂପ ବର୍ଷାଇଣ ପ୍ରେମ-ଧନ କରନ୍ତି ତୃପ୍ତ ତୋ ମନ || ୩ ||

ପ୍ରଭୁ ସ୍ତବ କର, ଆରେ ମନ ମୋର, ନ ପାଶୋର ତାଙ୍କ ପ୍ରେମ
ଆହେ ସର୍ବ ପ୍ରାଣୀ, କରି ଜୟନି ଗାନ କର ପ୍ରଭୁ ନାମ ||୪||

ସୂଚୀମାଳାକୁ ଫେରନ୍ତୁ