durgama patha ra jatri

ଦୁର୍ଗମ ପଥର ଯାତ୍ରୀ ଚାଲିରେ ଆଗେଇ ଚାଲରେ
ଯୀଶୁଙ୍କୁ ଲକ୍ଷ ରଖି ଚାଲରେ ଆଗେଇ ଚାଲରେ (ଘୋଷା)

ଆସିବ ଦୁଃଖ ନିନ୍ଦା ତାଡ଼ନା କେତେ ଏହି ଜୀବନରେ
ଧରି ଧୌର୍ଯ୍ୟ ସାହାସ ବିଶ୍ବାସ ଚାଲରେ ଆଗେଇ ଚାଲରୋ ୧|

ଜୀବନର ଏହି ଦୁର୍ଗମ ପଥେ ଯୀଶୁ ଏକା ଚିର ସାଥ
ନିଜ କୁଶବହି ଯୀଶୁ ନାମ ଗାଇ ଗଲରେ ଆଗେଇ ଚାଲିରେ … |୨|

ଚରଣ ପ୍ରଦୀପ ବାକ୍ୟ ଘେନରେ, ଏହି ଘନ ଅନ୍ଧକାରେ,
ଜାଗ୍ରତ ରହି ସଦା ପ୍ରାର୍ଥନାରେ ଚାଲରେ ଆଗେଇ ଚାଲରେ … |୩|

ଶାନ୍ତି ଦାୟକ ପବିତ୍ର ଆମ୍ବା ଚିର ପଥ ପ୍ରଦର୍ଶକ
କଢ଼ାଇ ନେବେ ସେ ସିୟୋନର ପଥେ
ତାଙ୍କରି ଇଙ୍ଗିତେ ଚାଲରେ … |୪|

ବିଶ୍ବାସର ଯୁଦ୍ଧ କରି ପ୍ରାଣପଣ ଧର ଅନନ୍ତ ଜୀବନ
ତହିଁ ପାଇଁ ପରା ହୋଇଛୁ ଆହୁତ ସୁମରି ସେ କଥା ଚାଲରେ …|୫|

ସୂଚୀମାଳାକୁ ଫେରନ୍ତୁ