Nuhayi muhi nirasa kale dhuli ନୁହଁଇ ମୁହିଁ ନିରାଶ କଲେ ଧୂଳି ଶୟନ

 ନୁହଁଇ ମୁହିଁ ନିରାଶ କଲେ ଧୂଳି ଶୟନ
ଅବା ହେଲେ ହେଁ ଧୂଳି ମୋ ସୁନ୍ଦର ବଦନ ।। ଘୋ ।।
ପୁନରୁତ୍ଥାନ ଦିନେ ତୂରୀ ବାଜିଲା କ୍ଷଣେ
ଖ୍ରୀଷ୍ଟାଶ୍ରୀତଙ୍କ ସହିତ ହେବ ମୋର ଉତଥାନ ।। ୧ ।।
ଯେବେ ମୁହିଁ ଦୁର୍ବଳେ ଯାଇଥିବି କବରେ
ଉଠିବି ମୁଁ ପୁନର୍ବାର ହୋଇଣ ବଳବାନ ।। ୨ ।।
ଅବା ଅପମାନରେ ଶୋଇଥିଲେ କବରେ
ଉଠିବି ମୁଁ ଗୌରବରେ ଘୁଞ୍ଚିିବ ଅପମାନ ।। ୩ ।।
ପାଇ ଅକ୍ଷୟ ଦେହ କରି ମ୍ରୁତ୍ୟୁକୁ ଜୟ
ସୂର୍ୟ୍ଯ ପ୍ରାୟ ତେଜଷ୍କର ହୋଇବ ମୋ ବଦନ ।। ୪ ।।

ସୂଚୀମାଳାକୁ ଫେରନ୍ତୁ